🔴କୁଡୁମି ଜାତିକୁ ଆଦିବାସୀ ମାନ୍ୟତା ଦାବି🔴
ତେଲକୋଇ, (କରମ ଟିଭି ଓଡିଶା ): କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍ କୁଡୁମି ସମାଜ ପକ୍ଷରୁ ବଡ଼ପାହାଡ଼ ସାଂସ୍କୃତିକ ସଂଗଠନର ଊନବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଖୁଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ମଧୁସୂଦନପୁରସ୍ଥିତ ଗିରି ଗୋବଦ୍ଧନ ପଡ଼ିଆରେ ଏହାର ଆୟୋଜନ ହୋଇଥିଲା | କାର୍ଯ୍ୟକ୍ରମରେ ସଭାପତି ଘନଶ୍ୟାମ ମହାନ୍ତ ଅଧ୍ୟକ୍ଷତା କରିଥିଲେ | କୁଡୁମି ଜାତିର ବହୁ ପୁରାତନ ‘କୁଡ଼ୁମାଲି’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନଦେଇ ସ୍ବୀକୃତି ପ୍ରଦାନ କରିବାକୁ ଦାବି ହୋଇଛି। ସେହିପରି, ଏହି ଜାତିର ଲୋକଙ୍କ ଶିକ୍ଷା, ଆର୍ଥିକ ସ୍ଥିତି, ସାମାଜିକ ବିକାଶ ନିମନ୍ତେ ପୂର୍ବଭଳି ଆଦିବାସୀ ଶ୍ରେଣୀ ମାନ୍ୟତା ପ୍ରଦାନ କରିବାକୁ ବକ୍ତାମାନେ ଦାବି କରିଥିଲେ | ମାଟି ମା’ର ଯତ୍ନ, କୃଷିକାର୍ଯ୍ୟ ସହ ଦେଶର ବିକାଶ ଦିଗରେ କୁଡୁମି ଜାତି ସବୁବେଳେ ଜାଗ୍ରତ ରହିବାକୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେପି କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ସ୍ବତନ୍ତ୍ର ଅତିଥି ଭାବେ ବିଧାୟକ ଡାକ୍ତର ଫକିର ମୋହନ ନାଏକ, ମୁଖ୍ୟବକ୍ତା ଭାବେ କୁଡ଼ିମି ଜାତି ସଂସ୍କୃତି ଗବେଷକ ଧନେଶ୍ଵର ମହାନ୍ତ, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ବାସୁଦେବ ମହାନ୍ତ, ବିଜେପି ଜିଲ୍ଲା ସମ୍ପାଦକ ଦୁଷ୍ମନ୍ତ କୁମାର ମହାନ୍ତ, ରାଜ୍ୟ କୁଡୁମି ସେନା ସମ୍ପାଦକ କ୍ଷୀରୋଦ କୁମାର ମହାନ୍ତ, ବିଧାୟକଙ୍କ ପତ୍ନୀ ପୁଷ୍ପାଞ୍ଜଳି ପ୍ରଧାନ, ସାଂସଦଙ୍କ ତେଲକୋଇ ବ୍ଲକ୍ ପ୍ରତିନିଧି ହରିହର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବଡ଼ପାହାଡ଼ ସାଂସ୍କୃତିକ ସଂଗଠନର ସମ୍ପାଦକ ନକୁଳ ଚନ୍ଦ୍ର ମହାର ସମ୍ପାଦକୀୟ ପାଠ କରିବା ସହ ସଭା ପରିଚାଳନା କରିଥିଲେ | କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ| ବରିଷ୍ଠ ସଦସ୍ୟ ମକୁରୁ ମହାନ୍ତ, ଶଙ୍କର୍ଷଣ ମହାନ୍ତ, ରାଜକିଶୋର ମହାନ୍ତ, ଯୁଧିଷ୍ଠିର ମହାନ୍ତ, କଳାକର ମହାନ୍ତ, ଅଶୋକ କୁମାର ମହାନ୍ତ, ନିର୍ମଳ ଚନ୍ଦ୍ର ମହାନ୍ତ, ଯୋଗେନ୍ଦ୍ର ମହାନ୍ତ, ପବିତ୍ର ମୋହନ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ।


Post a Comment